ସାବଧାନ । କଟକରେ ବୁଲୁଛି ସାଇକୋ କିଲର । ଫୁଟପାଦରେ ଶୋଇଥିବା ଲୋକଙ୍କୁ କରୁଛି ଆଟାକ୍ । ଧାରୁଆ ଅସ୍ତ୍ରରେ ଗଳାକାଟି କରୁଛି ହତ୍ୟା । ଉଡିଯାଇଛି କମିଶନରେଟ ପୋଲିସର ହୋସ । ୨୪ ଘଣ୍ଟାରେ କଟକ ସହର ଭିତରେ ତିନି ଜଣଙ୍କୁ କରାଯାଇଛି ହତ୍ୟା । ସମାନ ଢଙ୍ଗରେ ଧାରୁଆ ଅସ୍ତ୍ରରେ ଗଳାକାଟି ମାରୁଛି କିଲ୍ଲର । ମଙ୍ଗଳବାର ଭୋରରୁ ରାଣୀହାଟ କେନାଲ କୂଳରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ୨୪ ଘଣ୍ଟା ନପୂରୁଣୁ ଚାଉଳିଆଗଞ୍ଜ ଓ ମଙ୍ଗଳାବାଗରେ ହୋଇଛି ଆଉ ଦୁଇଟି ମର୍ଡର । ବୁଧବାର ଭୋରରୁ ଏମପି ଛକ ପାରଳା ଉଦ୍ୟାନ ସମ୍ମୁଖ ଫୁଟପାଦରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଏସସିବି ମେଡିକାଲ ମୂଖ୍ୟ ଗେଟ୍ ପାଖରେ ଆଉ ଜଣଙ୍କୁ ଶିକାର କରିଥିଲା ହତ୍ୟାକାରୀ । ଗୁରୁତ୍ୱର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ତିନୋଟି ଯାକ ମର୍ଡର ସ୍ପଟ ବୁଲି ଦେଖିବାପରେ ପୋଲିସ କମିଶନର କହିଛନ୍ତି, ସବୁ ହତ୍ୟା ସମାନ ଢଙ୍ଗରେ ହୋଇଛି । ତେଣୁ କେହି ମାନସିକ ବିକାଶ ଗ୍ରସ୍ତ ପାଲଟି ଯାଇଛି ରକ୍ତ ପୀପାସୁ । ବାସହୀନ ଶ୍ରମିକଙ୍କୁ ଶିକାର କରୁଛି କିଲର ଫୁଟପାଦ , ଖୋଲା ଦୋକାନରେ ଶୋଉଥିବା ବ୍ୟକ୍ତିଙ୍କୁ କରୁଛି ଆଟାକ । ପୋଲିସ କମିଶନର କହିଛନ୍ତି, ସାଇକୋ କିଲର ଆଉ ଯେମିତି କାହାକୁ ଟାର୍ଗେଟ ନକରିବ ସେଥିପାଇଁ ପୋଲିସ ଆଲର୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here