କୋଟିଆ ପଞ୍ଚାୟତର ତିନୋଟି ଗାଁର ନାଁ ବଦଳାଇ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିବା ଆନ୍ଧ୍ରପ୍ରଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ଏଭଳି ପଦକ୍ଷେପ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ ବୋଲି ରାଜ୍ୟ ସରକାର ଆବେଦନରେ ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ଆଭେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଆସନ୍ତାକାଲି ଶୁଣାଣୀ କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି । ଗତକାଲି ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ଦାୟର କରାଯାଇଛି । ସୀମାନ୍ତ ଗାଁ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଜୋରଜହରଦସ୍ତ ଓଡିଶା ଗାଁକୁ କବଜା କରିବା ପାଇଁ ଦୀର୍ଘବର୍ଷ ହେଲାଣି ଉଦ୍ୟମ କରିଆସୁଛି । ଏପରିକି ଉକ୍ତ ଅଞ୍ଚଳରେ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ବିକାଶ ମୂଳକ କାର୍ଯ୍ୟକ୍ରମ କରିବା, ଆର୍ଥିକ ସହାୟତା ଦେବା, ବିଦ୍ୟାଳୟ ନିର୍ମାଣ କରିବା ଭଳି କାର୍ଯ୍ୟ କରିଆସୁଛି ।

LEAVE A REPLY

Please enter your comment!
Please enter your name here