କଦଳୀ କାନ୍ଧିରେ ବ୍ରାଉନସୁଗାର ଚାଲାଣ । କେନ୍ଦ୍ରାପଡାରେ କଦଳୀ କାନ୍ଧି ଭିତରେ ଚାଲିଛି ଖୁଲମଖୁଲା ବ୍ରାଉନ ସୁଗାର କାରବାର । ରାଜନଗରକୁ କଦଳୀ ବୋଝେଇ ଗାଡିରେ କଟକରୁ ରାଜନଗର ଆସିଥାଏ ବ୍ରାଉନସୁଗାର । କ୍ୟାମେରାରେ କଏଦ ହୋଇଛି କେମିତି କଦଳୀ କାନ୍ଧି ଭିତରେ ଚାଲାଣ ହେଉଛି ବ୍ରାଉନସୁଗାର । ରାଜନଗର ବଜାର ସାପ୍ତାହିକ ହାଟ ବେଳେ କଦଳୀ ବୋଝେଇ ଗାଡିରେ ଏଭଳି ଢଙ୍ଗରେ ଚାଲାଣ ହେଉଛି ବ୍ରାଉନସୁଗାର । ସବୁଠୁ ବଡ କଥା ହେଉଛି ଛାତ୍ରମାନେ ଏଭଳି ବ୍ରାଉନସୁଗାର ଚାଲାଣରେ ଲିପ୍ତ ଅଛନ୍ତି । ତେବେ ରାଜନଗରରେ ବ୍ରାଉନସୁଗାର କାରବାର ବେଧଡକ ଚାଲିଥିବାବେଳେ ପୋଲିସ ପାଖରେ କିନ୍ତୁ ଏନେଇ ଖବର ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଶୁକ୍ରବାର ଓ ସୋମବାର ବସିଥାଏ ସାପ୍ତାହିକ ହାଟ । ଏହି ସମୟରେ ଗାଡ଼ିରେ କଟକରୁ ରାଜନଗରରେ ଯାଇ ପହଞ୍ଚିଥାଏ କଦଳୀ କାନ୍ଧି ବୋଝେଇ ଗାଡି। ଏହାପରେ ଅତି ସତର୍କତାର ସହ ଉକ୍ତ କଦଳୀ କାନ୍ଧୀରୁ ବ୍ରାଉନ ସୁଗାର ବାହାର କରିନିଆଯାଏ । ରାଜନଗର କଲେଜ ପଡ଼ିଆ ଓ ବଜାରର ବିଭିନ୍ନ ଅଞ୍ଚଳରେ ଏହାକୁ ବିକ୍ରି କରାଯାଇଥାଏ । ରାଜନଗରରେ ଏହି ବ୍ରାଉନ୍ ସୁଗର କାରବାର ବହୁ ଦିନ ହେଲାଣି ବେଧଡ଼କ ଭାବେ ଚାଲିଛି। ତେବେ କିଛି ଛାତ୍ର ମୋବାଇଲରେ ରେକର୍ଡିଂ କରି ଏହି ଭିଡିଓ ଭାଇରାଲ କରିବା ପରେ ଏହା ସାମ୍ନାକୁ ଆସିଛି ।