ବିଜୁ ଜନତା ଦଳ ମହିଳା ସାଂଗଠନିକ କ୍ଷେତ୍ରରେ ବ୍ୟାପକ ଅଦଳବଦଳ । ରବିବାର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତି ବେହେରା ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ଅପରାହ୍ନରେ ତାଙ୍କୁ ବିଜେଡି ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।

ପୁର୍ବରୁ ମହିଳା ସଭାନେତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ହଟାଯାଇ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପ୍ରମିଳା ମଲ୍ଲିକଙ୍କୁ ରାଜ୍ୟ ବିଜେଡ଼ିର ଉପସଭାପତି ଓ ବିଜୁ ଜନତା ଦଳ ମହିଳା ଶାଖାର ଉପଦେଷ୍ଟା କାର୍ଯ୍ୟଭାର ଦାୟିତ୍ୱ ଦିଆଯାଇଛି । 

ଏହାସହ ଜ୍ୟୋତି ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର ରାଜ୍ୟ ବିଜେଡ଼ି ମହିଳା ଶାଖାର ସହ ଉପଦେଷ୍ଟା ଭାର ସମ୍ଭାଳିବେ । ସେହିପରି ଆଜି ମହିଳା କମିଶନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ମିଳିଛି । ଏହାସହ ଶ୍ରୀମୟୀ ମିଶ୍ର ମଧ୍ୟ ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ଭାର ସମ୍ଭାଳିବେ ।
ଅନ୍ୟପଟେ ବିଜେଡ଼ି ମୁଖପାତ୍ର ଟିମରେ ଥିବା ସୁଲୋଚନା ଦାସଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ଭାର ସମ୍ଭାଳିବେ। ତାଙ୍କ ସହ ଗୀତାରାଣୀ ବସ୍ତିଆଙ୍କୁ ମଧ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।
ସେହିପରି ସାମ୍ବାଦିକ ସୁଲୋତା ଦେଓଙ୍କୁ ବିଜେଡ଼ି ମହିଳା ସଂଗନର ସାଧାରଣ ସମ୍ପାଦକ ଓ ଏଲିନା ଦାସଙ୍କୁ ମହିଳା ବିଜେଡ଼ିର ସମ୍ପାଦିକା ଦାୟିତ୍ୱ ମିଳିଛି.  

LEAVE A REPLY

Please enter your comment!
Please enter your name here