ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୮୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୮୨୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୦୦୬ । ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ନୂଆ କେସ୍ ସାମ୍ନାକୁ ଆସିଛି । ସୁନ୍ଦରଗଡରୁ ୮୬୯ ,ସମ୍ବଲପୁରରୁ ୬୪୪, କଟକରୁ ୪୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୨୧୦, ଝାରସୁଗୁଡାରୁ ୧୮୯ , ମୟୂରଭଞ୍ଜରୁ ୧୬୨, ପୁରୀରୁ ୧୩୦, ବଲାଙ୍ଗୀରରୁ ୧୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର-୮୫, ବରଗଡ-୮୪, ରାୟଗଡାରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୪୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨୦ ହଜାର ୫୬୦ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here