କଟକ ଜିଲ୍ଲା କାଠଯୋଡି ବ୍ରିଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ବ୍ରିଜ ତଳକୁ ଡେଇଁ ପଡିଛନ୍ତି । ସୂଚନାନୁସାରେ, ଆଜି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ କାଠଯୋଡି ବ୍ରିଜ ନିକଟରେ ପହଁଚିଥିଲେ । କେହି କିଛି ବୁଝିବା ଆଗରୁ ବ୍ୟକ୍ତି ଜଣଙ୍କ ହଠାତ୍ ବ୍ରିଜ ତଳକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକେ ତତକ୍ଷଣାତ ପୋଲିସ ଓ ଓଡ୍ରାଫ ଟିମକୁ ଖବର ଦେଇଥିଲେ । ଓଡ୍ରାଫ ଟିମ୍ ଆସି ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଛି । ସେପଟେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ପାଇଁ ସଦର ଥାନା ପୋଲିସ ବ୍ୟକ୍ତିଙ୍କୁ ସ୍ତ୍ରୀ ଓ ପିଲାଙ୍କୁ ନେଇ ଥାନାରେ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here