ଯାତ୍ରୀବାହୀ ବସକୁ ପିଟିଲା ଯାତ୍ରୀବାହୀ ବସ | କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଘଟିଛି ଏହି ଦୁର୍ଘଟଣା | ଏହି ଦୁର୍ଘଟଣାରେ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି | ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
ସୂଚନା ଅନୁଯାୟୀ, ରାସ୍ତାରେ ଗୋଟିଏ ବସଟି ଛିଡା ହୋଇଥିବା ବେଳେ, ପଛ ପଟୁ ଅନ୍ୟ ଏକ ଦ୍ରୁତ ଗତି ସହ ଆସୁଥିବା ବସ ଧକ୍କା ଦେଇଥିଲା | ଉଭୟ ବସ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାତ୍ରା କରୁଥିଲେ| ଦୁର୍ଘଟଣା ପରେ ରାସ୍ତାର ଉଭୟ ପାଶ୍ୱରେ ଗାଡି ଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଥିଲା | ଖବର ପାଇବା ପରେ କଟକ ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୨ଟି ଯାକ ବସ୍‌କୁ ଜବତ କରି ଟ୍ରାଫିକ ନିୟନ୍ତ୍ରଣ କରିଛି |

LEAVE A REPLY

Please enter your comment!
Please enter your name here