ଆକାଶରେ ଉଡିବେ ଆଦିବାସୀ ଝିଅ । ବିମାନ ଉଡାଇବେ ପଛୁଆ ଜିଲ୍ଲାର ଆଗୁଆ ଝିଅ । ମାଲକାନଗିରିର ପ୍ରଥମ ଆଦିବାସୀ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ମାଲକାନଗିରି ସଦର ମହକୁମା ସ୍ଥିିିତ ଡି.ଏନ,କେ କଲୋନୀର ଅନୁପ୍ରିୟା ଲାକ୍ରା । ଓଡିଶା ପୁଲିସରେ ହାବିଲଦାର ମାରିନିୟସ ଲାକ୍ରା ଓ ତାଙ୍କ ପତ୍ନୀ ଜାମାଜ୍ ୟାସିମିନ୍ ଲାକ୍ରାଙ୍କ ଝିଅ ଅନୁପ୍ରିୟା ଲାକ୍ରା ମାଲକାନଗିରି ଠାରେ ଶିକ୍ଷା ଲାଭ ପରେ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପ୍ଧଙ୍ଖ ଅଧାରୁ ଛାଡି ଭୁବନେଶ୍ୱର ଗତି ଇନିଷ୍ଟିଚ୍ୟୁଟରେ ତାଲିମ ପାଇଁ ଆବେଦନ କରିଥିଲେ । ପରେ ଦିଲ୍ଲୀ, ବାଙ୍ଗାଲୁରୁ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଇଲଟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବା ପରେ ଯୋଗ୍ୟ ବିବେଚିତ ହୋଇ ୨୦୧୨ ମସିହାରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ । ତାଲିମ ସରିବା ମାତ୍ରେ ଏକ ଘରୋଇ କମ୍ପାନୀରେ କୋ ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ଅନୁପ୍ରିୟା

LEAVE A REPLY

Please enter your comment!
Please enter your name here