ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶବାସୀଙ୍କୁ ବ୍ୟଥିତ କରିଛି । ଯବାନଙ୍କ ଉପରେ ଆକ୍ରମଣ ଘଟଣାକୁ ଦେଶବ୍ୟାପୀ ନିନ୍ଦା କରା ଯାଇଛି । ବୀର ସହିଦଙ୍କ ଶୋକସନ୍ତପ୍ତ ପରିବାରକୁ ସମଗ୍ର ରାଷ୍ଟ୍ର ସମ୍ମାନ ଜଣାଇ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭୁବନେଶ୍ୱରରେ ୧୨୦ ଇନଫାଣ୍ଟ୍ରି ବାଟାଲିଅନ ପରିସରରେ ଯବାନମାନେ ମହମବତୀ ଲଗାଇ ବୀର ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି କଂଗ୍ରେସ ଭବନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ସହିଦଙ୍କ ପାଇଁ ନୀରବ ପ୍ରାର୍ଥନା କରିବା ସହ ଆତଙ୍କବାଦୀ କାର୍ଯ୍ୟକୁ ଦୃଢ ନିନ୍ଦା କରାଯାଇଥିଲା । ଦଳୀୟ ନେତା ଓ କର୍ମୀମାନେ ମହମବତୀ ଲଗାଇ ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ବିଜେବି କଲେଜ ପରିସରରେ ଛାତ୍ରଛାତ୍ରୀମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ପରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମହମବତୀ ଲଗାଇ ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ପକ୍ଷରୁ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here