କିଛିଦିନ ପୂର୍ବରୁ ଫିଲ୍ମ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ସହ କଙ୍ଗନା ରଣାୱତ୍ ଓ ଅନ୍ୟ କଳାକାରମାନେ ଫିଲ୍ମ ନିର୍ଦ୍ଦେଶକ ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡନର ଆରୋପ ଲଗାଇବା ପ୍ରସଙ୍ଗ ଉପରେ ସୋସିଆଲ୍ ମିଡିଆରେ #MeToo ହାସଟ୍ୟାଗ୍ ଟ୍ରେଣ୍ଡ ହେବାରେ ଲାଗିଛି. ଅନ୍ୟପଟେ ଜଣକ ପରେ ଜଣେ ମହିଳା ଓ ଝିଅ ନିଜ ସହ ହେଉଥିବା ଦୁଷ୍କର୍ମ ଉପରେ ମୁହଁ ଖୋଲିବାରେ ଲାଗିଛନ୍ତି. ଆମ ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ କଡା ନିୟମ ଜାରି କରିବା ପାଇଁ ସୁପ୍ରିମ କୋର୍ଟ ଗାଇଡ୍ ଲାଇନ୍ ମଧ୍ୟ ଜାରି କରିଛନ୍ତି ଯାହାର ନା ହେଲା ଭିଶାଖା ଗାଇଡ୍ ଲାଇନ୍. ତେବେ ଆସନ୍ତୁ ଜାଣିବା କ’ଣ ଏହି ଭିଶାଖା ଗାଇଡ୍ ଲାଇନ୍. ଏହି ଗାଇଡ୍ ଲାଇନ୍ ଅନୁସାରେ,
- ପ୍ରତ୍ୟେକ ଘରୋଇ କମ୍ପାନୀ କିମ୍ବା ସଂସ୍ଥାରେ Internal Complaints Committee (ICC) ରହିବା ନିହାତି ଜରୁରୀ. ଯେଉଁଥିରେ 10 ଜଣରୁ ଉର୍ଦ୍ଧ କର୍ମଚାରୀ ରହିଥିବେ.
- ତେବେ ICC ର ଅଧ୍ୟକ୍ଷ ଜଣେ ମହିଳା ହୋଇଥିବେ. କମିଟିରେ ମହିଳା ସଦସ୍ୟ ରହିବା ସହ NGO ର ଜଣେ ପ୍ରତିନିଧି ମଧ୍ୟ ରହିବେ.
- କମ୍ପାନୀରେ କାମ କରୁଥିବା ମହିଳା ଯଦି ICC ଆଗରେ ଯୌନ ଉତ୍ପୀଡନର ଅଭିଯୋଗ କରନ୍ତି ତାହାଲେ ଏହା ICC ର ପୂରା ଦାୟିତ୍ୱ ରହିବ , ତାଙ୍କୁ କିପରି ସୁରକ୍ଷା ଦିଆଯିବ.
- ଯଦି 1 ବର୍ଷ ମଧ୍ୟରେ ଦୋଷୀ କିଏ ଜଣା ପଡେ, ତାହାଲେ ଏହି କମିଟି ସରକାରୀ କାଗଜ ସ୍ୱରୂପ କରିଥିବା ରିପୋର୍ଟକୁ ନୋଟିସ୍ ଆକାରରେ ପଠାଇବା ସହ IPC ଧାରା ଅନୁସାରେ ପଦକ୍ଷେପ ନେବ.













