ବହୁ ପ୍ରତିକ୍ଷାର ଅବସାନ ପରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ୍ତ ମହାପାତ୍ର, ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରାଯାଇଛି । ଚଳିତ ବର୍ଷର ପାସ ହାର ୭୦.୭୮% ଥିବାବେଳେ ଏହା ଗତ ବର୍ଷ ତୁଳନାରେ ବହୁତ କମ ବୋଲି ଜଣାପଡିଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୬୧ହଜାର ୦୭୯ ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ, ୩ଲକ୍ଷ ୯୭ ହଜାର ୧୨୫ ଜଣ ପାସ କରିଛନ୍ତି । ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇ ବାଜିମାରିନେଲେ ଝିଅ । ୨ଲକ୍ଷ ୫ ହଜାର ୪୭୦ ଝିଅ ପାସ କରିଥିବା ବେଳେ ୧ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଛନ୍ତି । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ହେବାସହ ଜଣେ ବି ପରୀକ୍ଷାର୍ଥୀ ପାସ୍ କରିନାହାନ୍ତି । ସେପଟେ ୨୮୯ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଜି ମାଟ୍ରିକ ସମେତ ମଧ୍ୟମା ସଂସ୍କୃତ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରିକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଦିନ ୧୧ ଟା ପରଠାରୁ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here