ଜେଏନୟୁ ଉପରେ ହୋଇଥିବା ଆକ୍ରମଣ ପାଇଁ ହିନ୍ଦୁ ରକ୍ଷା ଦଳ ନାମକ ଏକ ସଂଗଠନ ନିଜକୁ ଦାୟୀ କରିଛି I ଏହି ସଂଗଠନର ଜନୈକ ନେତା ପିଙ୍କୁ ଚୌଧୁରୀ କହିଛନ୍ତି, ଜେଏନୟୁ ଦେଶବିରୋଧୀ ଲୋକଙ୍କ ଆଡ୍ଡା ସ୍ଥଳରେ ପରିଣତ ହେଉଥିବାରୁ ସଂଗଠନ ଏଭଳି ପଦକ୍ଷେପ ନେଇଛି I ଯେଉଁମାନେ ପାକିସ୍ତାନର ଜିନ୍ଦାବାଦ କରୁଛନ୍ତି, ସେମାନେ ଭାରତ ଛାଡି ଚାଲି ଯାଆନ୍ତୁ ବୋଲି ପିଙ୍କୁ କହିଛନ୍ତି I ତେବେ ହିନ୍ଦୁ ରକ୍ଷା ଦଳ ଜେଏନୟୁ ଆକ୍ରମଣ ପାଇଁ ଦାୟୀ କରିବା ପଛରେ କି ସତ୍ୟତା ରହିଛି, ତାହାର ଯାଞ୍ଚ କରାଯାଉଛି ବୋଲି ଦିଲ୍ଲୀ ପୋଲିସ କହିଛି I ଅନ୍ୟପକ୍ଷରେ ଜେଏନୟୁ ସର୍ଭର ରୁମରେ ଗତ 3 ତାରିଖରେ ହୋଇଥିବା ଆକ୍ରମଣ ପାଇଁ ଜେନୟୁ ଛାତ୍ର ୟୁନିଅନ ସଭାପତିଙ୍କ ସମେତ 20 ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି I

LEAVE A REPLY

Please enter your comment!
Please enter your name here