କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର କାଳ ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ୫୦ ଜଣ ଯାତ୍ରୀଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଲୋକଙ୍କ ଭିତରୁ ୭ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଟ୍ରମା ଆଇସିୟୁ ଓ ସେଂଟ୍ରାଲ ଆଇସିୟୁରେ ୪ଜଣଙ୍କୁ ଚିକିତ୍ସା କରାଯାଉଛି । ବତର୍ମାନ କଟକ ଡାକ୍ତରଖାନାରେ ୩୫ଜଣ ଚିକିତ୍ସିତ ହେଉଛନ୍ତି । ଏବଂ ଅନ୍ୟ ୮ଜଣ ଆହତଙ୍କୁ ସେମାନଙ୍କ ପରିବାରବର୍ଗ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ନେଇଯାଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତୁପକ୍ଷ । ସେପଟେ ମୃତ ୧୦ଜଣଙ୍କ ଶବ ବ୍ୟବଛେଦ ଚାଲିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ପଠାଇବାର ବ୍ୟବସ୍ଥା କରାଯାଇଛି । ମୃତକଙ୍କ ମଧ୍ୟରେ ୭ପୁରୁଷ ଓ ୩ଜଣ ମହିଳା ରହିଛନ୍ତି ।
ସୁଚନାଅନୁସାରେ , ଦୁର୍ଘଟଣାଗ୍ରସ୍ତ ବସ୍‌ (ଓଡି୩୫ଏ-୦୨୧୧)ଟି ତାଳଚେରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ହଠାତ ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେବାପରେ ବସ୍‌ଟି ଭାରସାମ୍ୟ ହରାଇ ପୋଲର ବାଡ଼ାକୁ ଭାଙ୍ଗି ମହାନଦୀକୁ ଖସି ପଡ଼ିଲା । ଆଉ ତା ପରେ ମହାନଦୀରେ ରକ୍ତ ଛିଟା ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ଆହତଙ୍କ ଚିକିତ୍ସାରେ ଏସ୍‌ସିବିର ସମସ୍ତ ବିଭାଗର ଜଣେ ଜଣେ ଡାକ୍ତର ନିୟୋଜିତ ଥିବାବେଳେ ଏସସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡାକ୍ତରୀ ଟିମ୍ ଗଠିତ ହୋଇଛି । ସର୍ଜରୀ, ଅର୍ଥୋପ୍ରେଡିକ, ନୁ୍ୟରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, କାର୍ଡିଓ ଥେରାପୀ ଡାକ୍ତରଙ୍କୁ ନେଇ ଟିମ୍ ଗଠିତ ହୋଇଛି । ମେଡିକାଲ ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here