ପବିତ୍ର ବଡ଼ ଓଷା . ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଥିବାବେଳେ କଟକ ଆଠଗଡ଼ ବ୍ଲକ ସ୍ଥିତ ଧବଳେଶ୍ୱର ପୀଠରେ ହଜାର ହଜାର ଭକ୍ତ ଭଗବାନଙ୍କୁ ଦର୍ଶନ କରିଛନ୍ତି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି . ମନ୍ଦିର ପରିସର ମଧ୍ୟରେ ସିସିଟିଭି କ୍ୟାମେରା ଲଗାଯିବା ସହ ଭକ୍ତ ମାନଙ୍କ ଶୃଙ୍ଖଳାରେ ଦର୍ଶନର ବ୍ୟବସ୍ଥା ମଧ୍ୟ ହୋଇଛି . ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ୨୫ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛି . ବୁଧବାର ଭୋର ୩ଟାରୁ ମନ୍ଦିରର ଗର୍ଭଗୃହ ଖୋଲଯାଇ ମଙ୍ଗଳ ଆଳତି ହେବା ସହ ଖେଚୁଡ଼ି ଭୋଗ ମଧ୍ୟ ପ୍ରଭୁ ଧବଳେଶ୍ୱରଙ୍କ ପାଖେ ଲଗାଯ଼ାଇଛି . ଏହା ପରେ ଭକ୍ତ ମାନଙ୍କ ପଞ୍ଚୁକ ଦର୍ଶନର ବ୍ୟବସ୍ଥା କରାଯାଇଛି .

LEAVE A REPLY

Please enter your comment!
Please enter your name here