ଜାମ୍ମୁ ଓ କାଶ୍ମୀର ସ୍ୱତନ୍ତ୍ରତା ପାଇଁ ଦିଆଯାଇଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବ । ଏ ନେଇ ଆଜି ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଏହା ସହିତ ଜାମ୍ମୁ ଓ କାଶ୍ମୀରର ପୁର୍ନଗଠନ ପାଇଁ ମଧ୍ୟ ସଂଦସର ଉପର ଗୃହରେ ପ୍ରସ୍ତାବ ଦେଇଛନ୍ତି ଗୃହ ମନ୍ତ୍ରୀ । ଏହାରି ମଧ୍ୟରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଙ୍ଗାମା କରାଯାଇଛି । ରାଜ୍ୟସଭାରେ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ବିଲ୍‌ ଉପସ୍ଥାପନ ପୂର୍ବରୁ ବିବୃତ୍ତି ରଖିବାକୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହା ପରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ କାଶ୍ମୀରରେ ମୁଖ୍ୟ ଧାରାର ନେତାଙ୍କୁ ଗୃହ ବନ୍ଦୀ କରାଯିବା ମୁଦ୍ଦା ଉଠାଇଥିଲେ । ଏହି ପ୍ରସଙ୍ଗରେ ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ଏହା ସହିତ ଅନ୍ୟ ବିରୋଧୀ ସଦସ୍ୟ ମଧ୍ୟ ଏହାକୁ ବିରୋଧ କରିଥିଲେ । ତେବେ ଏହାରି ମଧ୍ୟରେ ଗୃହମନ୍ତ୍ରୀଙ୍କୁ ନିଜର ବିବୃତ୍ତି ରଖିବାକୁ କହିଥିଲେ । କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀର ସ୍ୱତନ୍ତ୍ରତା ପାଇଁ ଦିଆଯାଇଥିବା ରାଷ୍ଟ୍ରପତିଙ୍କ ଦ୍ୱାରା ଲାଗୁ କରାଯାଇଥିବା ଧାରା ୩୭୦କୁ ଉଚ୍ଛେଦ କରିବାକୁ ସଂକଳ୍ପ ଉପସ୍ଥାପନ କରିଛନ୍ତି । ବିଲ୍‌ ଆଗତ କରିଛନ୍ତି । ଧାରା ୩୭୦ ଅଧିନରେ ଆସୁଥିବା ଖଣ୍ଡ-୧କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଅନୁଚ୍ଛେଦକୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି । ଅନୁଚ୍ଛେଦ ୩୭୦ (୧) ହିଁ ଜାମ୍ମୁ କାଶ୍ମୀରରେ ଲାଗୁ ହେବ । ସେହିପରି ଜାମ୍ମୁ ଓ କାଶ୍ମୀରର ପୁର୍ନଗଠନ ପାଇଁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଜାମ୍ମୁ ଓ କାଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଏହା ସହିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବ । କିନ୍ତୁ ଅନ୍ୟପକ୍ଷରେ ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଂଚଳ ହେବ ମାତ୍ର ସେଠାରେ ବିଧାନସଭା ରହିବ ନାହିଁ ବୋଲି କେନ୍ଦ୍ର ଯୋଜନା କରିଛି ।

LEAVE A REPLY

Please enter your comment!
Please enter your name here