ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ ଲାଗିଛି କାଉଁଡିଆଙ୍କ ଭିଡ । ବୋଲବମ ହରର ଦମରେ କମ୍ପୁଛି ଶୈବ ପୀଠ । ହାତରେ ବାହୁଙ୍ଗୀ ଧରି ମହାଦେବଙ୍କ ନକଟରେ ଜଳଲାଗି କରିବା ପାଇଁ କାଉଡିଆ ମାନେ ଭିଡ ଲଗେଇଛନ୍ତି । ବିଶ୍ୱାସ ରହିଛି ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ ସମସ୍ତ ମନ ସ୍କାମନା ପୂର୍ଣ୍ଣ ହୋଇଥାଏ । ଜଳଲାଗି ପାଇଁ କାଉଡିଆ ମାନେୂ ଅତି ନିଷ୍ଠାର ସହିତ ବ୍ରତ ରଖିଥାନ୍ତି । ଜଳାଶୟରୁ ଜଳ ଉଠାଇବା ପରେ ଚାଲି ଚାଲି ଶିବ ମନ୍ଦିରକୁ ଯାଇଥାନ୍ତି ।

LEAVE A REPLY

Please enter your comment!
Please enter your name here