କାହିଁକି ଆତ୍ମହତ୍ୟା କଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ I ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏବେ ସସପେନ୍ସ ଲାଗି ରହିଛି I ସୁଶାନ୍ତଙ୍କ ପରିବାର, ନିକଟ ସଂପର୍କୀୟ ଏବଂ ତାଙ୍କ ସାଙ୍ଗସାଥୀ କେହି ବି ତାଙ୍କ ଆତ୍ମହତ୍ୟା ଖବରକୁ ସହଜରେ ବିଶ୍ବାସ କରିପାରୁନାହାଁନ୍ତି I ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କି କାରଣ ଥାଇପାରେ, କାହିଁକି ସୁଶାନ୍ତ ସିଂ ରାଜପୁତ୍ ଗତ କିଛି ମାସ ଧରି ଅବସାଦଗ୍ରସ୍ତ ଥିଲେ I ତେବେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ସେ କାହିଁକି ନେଲେ, ସେ ନେଇ ଖୋଳତାଡ ଆରମ୍ଭ ହୋଇଛି I ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଫାଶୀ ଯୋଗୁ ମୃତ୍ୟୁ ହୋଇଛି ବୋଲି କୁହାଯାଉଥିଲେ ହେଁ ତାଙ୍କ ଶରୀରରେ ବିଷକ୍ରିୟାଜନିତ ହୋଇଛି ନାହିଁ, ତାର ପରୀକ୍ଷା କରାଯାଉଛି I ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇରେ ତାଙ୍କ ବାପାମା, ପରିବାର ଲୋକେ ପହଞ୍ଚିଛନ୍ତି I ତେବେ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଆର୍ଥିକ ସଂକଟ ଭଳି ସମସ୍ୟା ନ ଥିଲା ବୋଲି ତାଙ୍କ ନିକଟ ସଂପର୍କୀୟ କହିଛନ୍ତି I ଅନ୍ୟପକ୍ଷରେ ପରିବାର ଲୋକେ ସୁଶାନ୍ତଙ୍କୁ ହତ୍ୟା କରାଯ଼ାଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି I ପରିବାର ଲୋକେ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରାଯାଇଛି I