ଭୁବନେଶ୍ୱର: ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ଯୁକ୍ତ ୨ ପରୀକ୍ଷା ଫଳ ଘୋଷଣା ହୋଇଛି। CHSE ଅଫିସରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା କରିଛନ୍ତି। ଏକାସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ସହ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ବାହାରିଛି। କଳାରେ ପାସ ହାର ୮୪.୫୦% ଥିବାବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରଙ୍କ ପାସ ହାର ୭୭.୯୭%, ଛାତ୍ରୀଙ୍କ ପାସ ହାର ୮୯.୪୫% ରହିଛି। ବାଣିଜ୍ୟରେ ପାସ ହାର ୮୮.୦୭% ଥିବାବେଳେ ଛାତ୍ରଙ୍କ ପାସ ହାର ୮୬.୬୭% , ଛାତ୍ରୀଙ୍କ ପାସ ହାର ୯୦.୪୩%। ସେହିପରି ବିଜ୍ଞାନରେ ପାସ ହାର ୮୮.୮୦ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ ହାର ୮୭.୪୧% ଏବଂ ଛାତ୍ରୀଙ୍କ ପାସ ହାର ୯୦.୨୪% ରହିଛି। ଛାତ୍ରୀଛାତ୍ର https://results.odisha.gov.in କିମ୍ବା https://results.digilocker.gov.in ୱେବସାଇଟ ମାଧ୍ୟମରେ ନିଜ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେଶନ ନମ୍ବର ଦେଇ ପରୀକ୍ଷାଫଳ ଦେଖିପାରିବେ। ସେହିପରି ଛାତ୍ରଛାତ୍ରୀ ନିଜ ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କସିଟ ଡାଉନଲୋଡ କରିପାରିବେ। ଏଥିସହ ସାମ୍ସ କଲେଜ ଇ-ପେସ ପୋର୍ଟାଲ ମାଧ୍ୟମରେ ରେଜଲ୍ଟ ପାଇପାରିବେ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇ ପାରିବେ ଛାତ୍ରଛାତ୍ରୀ । ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ।

LEAVE A REPLY

Please enter your comment!
Please enter your name here