ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ଜୁଲାଇ 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତା ପୂର୍ବରୁ ନିର୍ବାଚନ ସଂପୂର୍ଣ୍ଣ ହେବ । ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦେଇଛନ୍ତି । ନିର୍ବାଚନ ପାଇଂ ଜୁନ 15ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ 30 ରେ ନାମାଙ୍କନ ଯାଞ୍ଚ ହେବ । ଜୁଲାଇ 2ରେ ନାମାଙ୍କନ ପ୍ରତ୍ୟାହାର । ନିର୍ବାଚନରେ 776 ଜଣ ସାଂସଦ ଏବଂ 4120 ଜଣ ବିଧାୟକ ଭୋଟ ଦେବେ । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପାଖରେ 48.9, କଂଗ୍ରେସ ପାଖରେ 21.9 ଏବଂ ଆଞ୍ଚଳିକ ଦଳ ପାଖରେ 19.6 ପ୍ରତିଶତ ଭୋଟ ରହିଛି । ଓ୍ବାଇଏସଆର ପାଖରେ 4 ପ୍ରତିଶତ, ବିଜେଡି ପାଖରେ 2.9 ପ୍ରତିଶତ, ଟିଆରଏସ ପାଖରେ 2.2 ପ୍ରତିଶତ ଭୋଟ ରହିଛି । ତିନି ଆଞ୍ଚଳିକ ଦଳ ମଧ୍ୟରୁ ବିଜେପିର ସବୁଠୁ ଭଲ ସଂପର୍କ ବିଜେଡି ସହିତ ରହିଛି । ରାଷ୍ଟ୍ରପତି ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାରେ ବିଜେଡି ଯେ ନିର୍ଣ୍ଣାୟକ ଭୂମିକା ନେବ, ଏଥିରେ କୌଣସି ସନ୍ଦେହ ନାହିଁ ।

LEAVE A REPLY

Please enter your comment!
Please enter your name here