୪ଟି ରାଜ୍ୟରେ ୧୬ଟି ରାଜ୍ୟସଭା ସିଟ୍ ପାଇଁ ଆଜି ନିର୍ବାଚନ ହେବ । ମତଦାନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ ଏବଂ କର୍ଣ୍ଣାଟକ ୧୬ଟି ରାଜ୍ୟସଭା ସିଟ୍ ପାଇଁ ଭୋଟ ଗ୍ରହଣ ହେବ । ବିଭିନ୍ନ ରାଜ୍ୟରେ କ୍ରସ ଭୋଟିଂର ଆଶଙ୍କା ଥିବାରୁ ଏହାକୁ ନେଇ ଉତ୍କଣ୍ଠା ରହିଛି । କେନ୍ଦ୍ରମନ୍ତ୍ରୀ ନିର୍ମଳା ଶୀତାରମଣ, ପିୟୁଷ ଗୋଏଲ, କଂଗ୍ରେସ ନେତା ଜୟରାମ ରମେଶ, ରଣଦୀପ ସୁର୍ଜେୱାଲା, ମୁକୁଳ ୱାସନିକଙ୍କ ଭାଗ୍ୟ ପରୀକ୍ଷା ହେବ । ଅନ୍ୟପଟେ ୪୧ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଓଡିଶାର ୩ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here