ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର । ବାରିପଦା ନିକଟରେ ଏନକାଉଣ୍ଟର କରାଯାଇଛି । ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାରିପଦା ନିକଟରେ ସେ ପରିସ୍ରା କରିବା ପାଇଁ ଓହ୍ଲାଇଥିଲା । ପରିସ୍ରା କରିବା ବାହାନାରେ ଗାଡି ରହିବା ପରେ ସେ ପୁଲିସ ବନ୍ଧୁକ ନେଇ ଖସି ଯିବାକୁ ଉଦ୍ୟମ କରିଥିଲା । ଫଳରେ ହାଇଦରକୁ ଏନକାଉଣ୍ଟର କରିଥିଲା ପୁଲିସ I ହାଇଦରର ପେଟରେ ଗୁଳି ବାଜିଥିବାରୁ ତାକୁ ବାଲେଶ୍ଵର ହସ୍ପିଟାଲରେ ଚିକିତ୍ସା କରାଯାଉଛି । କିଛି ଦିନ ତଳେ କଟକ ବଡମେଡିକାଲରୁ ଖସି ଯାଇଥିଲା ହାଇଦର । ପରେ ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା । ଗିରଫ ପରେ ସେ କୋଭିଡ ଆକ୍ରାନ୍ତ ହେବାରୁ ତାକୁ ଚୌଦ୍ୱାର ଜେଲରେ ରଖି ଚିକିତ୍ସା କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here