ରାଜ୍ୟରେ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭ ଜିଲ୍ଲାରୁ ମୋଟ୍ ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରୁ ଅମ୍ଫାନ ମୁକାବିଲା ସାରି ଫେରିଥିବା ଆଉ ୧୧ ଜଣ ଆକ୍ରାନ୍ତ ରହିଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୪୦ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ୨୫ ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୨୮, ବାଲେଶ୍ୱରରୁ ୨୧ ଏବଂ କଟକରୁ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଏବଂ ଯାଜପୁରରୁ ୮, ପୁରୀରୁ ୭, ସୁନ୍ଦରଗଡରୁ ୬, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଏବଂ ବଲାଙ୍ଗୀରରୁ ୨, ନୟାଗଡ ଓ ଜଗତସିଂହପୁରରୁ , ଅନୁଗୁଳ, ମାଲକାନଗିରି , କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ୧୫୧୯ ଜଣ ଚିକିତ୍ସିତ ହେଉଥିବାବେଳେ ୩୧୪୪ ସୁସ୍ଥ ହୋଇସାରିଲେଣି । ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here