ରାଜ୍ୟରେ ଆଜି ସର୍ବାଧିକ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ୩୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟିନରେ ଥିଲେ । ସେହିପରି ଲୋକାଲ କେସ୍ ୩୨ ରହିଛି । ଅ କଲିକତାରୁ ଅମ୍ଫାନ ମୁକାବିଲା ସାରି ଫେରିଥିବା ଅଗ୍ନିଶମ ଓ ଓଡ୍ରାଫର ୪୨ ଜଣ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି । ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ-୪୦, ଜଗତସିଂହପୁରରୁ-୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ-୨୫, ଯାଜପୁରରୁ-୨୧, ବାଲେଶ୍ୱରରୁ-୧୭ ଚିହ୍ନଟ ହୋଇଛନ୍ତି । ବରଗଡରୁ- ୧୪, କଟକ-୧୩, କନ୍ଧମାଳ-୧୨, ମୟୂରଭଞ୍ଜରୁ ୬ ଜଣ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ କେନ୍ଦ୍ରାପଡାରୁ ୫ ଲେଖାଏଁ , ସୋନପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ ଓ ପୁରୀରୁ ୩ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । ମାଲକାନଗିରି ଓ ସମ୍ବଲପୁରରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ , ସୁନ୍ଦରଗଡ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ରେ ପହଁଞ୍ଚିଛି । ଆକ୍ଟିଭ କେସ୍‌- ୧୬୦୭, ସୁସ୍ଥ ହେଲେଣି ୩,୫୩୪ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା । ୧୪କୁ ବୃଦ୍ଧି ପାଇଲା କରୋନା ମୃତ୍ୟୁ ସଂଖ୍ୟା । ଜଣେ ମୃତକ ବରଗଡ ଜିଲ୍ଲାର ୭୬ ବର୍ଷୀୟ ପୁରୁଷ । ଅନ୍ୟ ଜଣେ ମୃତକ ଗଞ୍ଜାମ ଜିଲ୍ଲାର ୪୯ ବର୍ଷୀୟ ପୁରୁଷ । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ।

LEAVE A REPLY

Please enter your comment!
Please enter your name here