ବଜାରକୁ ଆସିଲା କରୋନା ଚିକିତ୍ସା ଲାଗି ପ୍ରଥମ ମେଡିସିନ୍ । ପ୍ରତିଷ୍ଠିତ ଔଷଧ ବିତରଣ କମ୍ପାନୀ ଗ୍ଲେନମାର୍କ ଏହାକୁ ବଜାରକୁ ଆଣିଛି । ଫେବି ଫ୍ଲୁ ନାଁରେ ଏହା ବଜାରକୁ ଆସିଛି । ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏହାସହ ଭାରତୀୟ ଔଷଧ ମହାନିୟନ୍ତ୍ରକ ଫେବି ଫ୍ଲୁ ମେଡିସିନ୍ ର ମାର୍କେଟିଂ କରିବା ପାଇଁ ଅନୁମତି ପ୍ରଦାନ କରିଛି । କରୋନା ଭାଇରସ କୋଭିଡ-୧୯ର ମୁକାବିଲା ପାଇଁ ଗ୍ଲେନମାର୍କର ଏହି ଔଷଧ ଖୁବଶିଘ୍ର ସମସ୍ତ ମେଡିସିନ ଷ୍ଟୋରରେ ଉପଲବ୍ଧ ହେବ ବୋଲି କମ୍ପାନୀ ସୂଚନା ଦେଇଛି । କରୋନାରେ ଯେଉଁମାନେ କମ୍ ସଙ୍କ୍ରମିତ ହୋଇଥିବେ ସେମାନଙ୍କ କ୍ଷେତ୍ରରେ ଏ ଔଷଧ ଭଲ କାମ କରିବ ବୋଲି କୁହାଯାଉଛି । କରୋନା ଚିକିତ୍ସା ଲାଗି ଦେଶବ୍ୟାପୀ ଫେବି ଫ୍ଲୁ ଔଷଧ ଅତି ସହଜରେ ମିଳିବ । ଡାକ୍ତରଙ୍କ ପରାମର୍ଶ ପରେ ଏ ଔଷଧ ସେବନ କରିବାକୁ ହେବ ବୋଲି ଗ୍ଲେନମାର୍କ କମ୍ପାନୀ ପକ୍ଷରୁ କୁହାଯାଇଛି । ଫେବି ଫ୍ଲୁ ଗୋଟିଏ ଟାବଲେଟର ଦାମ୍ ୧୦୩ ଟଙ୍କା ରଖାଯାଇଛି । ପ୍ରଥମ ଦିନ ୧୮୦୦ ଏନଜିର ଟାବଲେଟ୍ ଖାଇବାକୁ ହେବ । ପରେ ୧୪ ଦିନ ପାଇଁ ୮୦୦ ଏନଜି ଟାବଲେଟ ସେବନ କରିବାକୁ ଗ୍ଲେନମାର୍କ କମ୍ପାନୀ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here