ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଚୂଡାନ୍ତ ହୋଇଛି । ଏ ସଂପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । 15ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ପାଇଁ 7ଟି ପଦ ସଂରକ୍ଷିତ ରହିଛି । ସେଥିମଧ୍ୟରୁ 4ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଅନୁସୂଚିତ ଜାତି ପାଇଁ 5ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ସେଥିମଧ୍ୟରୁ 3ଟି ଅଧ୍ୟକ୍ଷ ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ମିଳିବ । 10ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ଘୋଷଣା କରାଯାଇଛି । ସଂରକ୍ଷିତ ନ ଥିବା 8ଟି ଜିଲ୍ଲା ପରିଷଦରେ ମହିଳା ଅଧ୍ୟକ୍ଷ ରହିବେ ।
ଅଣସଂରକ୍ଷିତ – ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ, ନୟାଗଡ, ବରଗଡ, ବାଲେଶ୍ବର, ସୁବର୍ଣ୍ଣପୁର ।
ଅନୁସୂଚିତ ଜାତି – କେନ୍ଦ୍ରାପଡା (ମହିଳା), ଜଗତସିଂହପୁର, ଭଦ୍ରକ, ବୌଦ୍ଧ (ମହିଳା), ଯାଜପୁର (ମହିଳା) ।
ଅନୁସୂଚିତ ଜନଜାତି – କନ୍ଧମାଳ (ମହିଳା), କୋରାପୁଟ (ମହିଳା),ନବରଙ୍ଗପୁର, ମୟୁରଭଞ୍ଜ, ମାଲକାନଗିରି (ମହିଳା), ରାୟଗଡା (ମହିଳା), ସୁନ୍ଦରଗଡ,
ମହିଳା – ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ଢେଙ୍କାନାଳ, ନୂଆପଡା, ପୁରୀ, ବଲାଙ୍ଗୀର, ସମ୍ବଲପୁର,

LEAVE A REPLY

Please enter your comment!
Please enter your name here