ଶେଷରେ ସତ ଓଗାଳିଲେ ଶର୍ମିଷ୍ଠା । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସସ୍ବାଇଁ ହତ୍ୟା ମାମଲାର ମୁକ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ ଆଗରେ ନିଜ ଦୋଷ ସ୍ବୀକାର କରିଛନ୍ତି । କିପରି ମାନସଙ୍କୁ ନିଜ ସହଯୋଗୀଙ୍କ ଦ୍ବାରା ଫେବୃଆରୀ 7 ତାରିଖରେ ଅପହରଣ କଲେ, ଭୁବନେଶ୍ବର ଦୟାଲ ଆଶ୍ରମ ଆଣି ଅକଥନୀୟ ନିର୍ଯାତନା ଦେଲେ ଏବଂ ହତ୍ୟା କରିଥିଲେ, ସବୁ ଘଟଣାର ସିନ୍ ରିକ୍ରିଏଟ କରିବା ସହ ଦୋଷ ସ୍ବୀକାର କରିଛନ୍ତି ଶର୍ମିଷ୍ଠା । ଦୟାଲ ଆଶ୍ରମରେ ମାନସଙ୍କୁ ହତ୍ୟା କରିବା ପରେ ରଣପୁର ବଧିପାଟଣାରେ ପୋତିବା ପାଇଁ 8 ତାରିଖ ଦିନ ଗାଡିରେ ନେଇଥିଲେ । ଯିବାବାଟରେ ରାଜସୁନାଖଳା ବଜାରରୁ 10 କେଜି ଲୁଣ କିଣିଥିଲେ । ବଜାରରୁ ନିଜ ସହଯୋଗୀ ରଂଜନ ଓ ଭାଗ୍ୟଧରଙ୍କ ଦ୍ବାରା ଗଇଁତି ଓ କୋଦାଳ କିଣିଥିଲେ । ସହଯୋଗୀ ଝୁନା ଝୋଟ ଅଖା, ଗ୍ଲୋଭସ୍ କିଣିଥିଲା । ନିଜ କାରରେ ମାନସଙ୍କ ମୃତଦେହକୁ ନେଇ 8 ତାରିଖ ସଂଧ୍ୟାରେ ବଧିପାଟଣାରେ ପୋତିଦେଇଥିଲେ । ସେଠାରୁ ସେମାନେ ସିଧା ଚଣ୍ଡିଖୋଲ ଯାଇ ଆନୁସଙ୍ଗିକ ସାମଗ୍ରୀ ପୋଡି ଦେଇଥିଲେ । ଆଜି ସବୁ ଘଟଣାର ସିନ୍ ରିକ୍ରିଏଟ କରିବା ସହ ମାନସ ହତ୍ୟା ଘଟଣାରେ ନିଜ ଦୋଷ ସ୍ବୀକାର କରିଛନ୍ତି ଶର୍ମିଷ୍ଠା ।

LEAVE A REPLY

Please enter your comment!
Please enter your name here