ଦୋକାନ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର I ପଚାଶ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲା ଯାଇପାରିବ ଦେକାନ I ଗ୍ରାମାଞ୍ଚଳରେ ଦୋକାନ ଖୋଲିବା ଉପରେ କଟକଣା ଉଠିଲା I ଗ୍ରାମାଞ୍ଚଳରେ ମାର୍କେଟ କଂପ୍ଲେକ୍ସ ଖୋଲା ଯାଇପାରିବ I ତେବେ ସିଙ୍ଗଲ ଓ ମଲ୍ଟି ବ୍ରାଣ୍ଡ ମଲ୍ ଖୋଲିବା ଉପରେ କଟକଣା ବଳବତ୍ତର I ସହରାଞ୍ଚଳରେ ଗୋଟିକିଆ ଦୋକାନ, ଗଳି ଦୋକାନ ଓ ରେସିଡେନ୍ସିଆଲ ଦୋକାନ ଖୋଲାଯାଇପାରିବ I ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ନିୟମ ଅନୁସରଣ ବାଧ୍ୟତାମୂଳକ I ଜିଲ୍ଲାଗୁଡିକରେ କେଉଁ ଦୋକାନ ଖୋଲିବ, ନିଷ୍ପତ୍ତି ନେବେ ଜିଲ୍ଲାପାଳ I

LEAVE A REPLY

Please enter your comment!
Please enter your name here