ବିଶ୍ୱବିଦ୍ୟାଳୟ ହତାରେ ପହଞ୍ଚିଲା ପାରିବାରିକ କଳି । ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କୁ ତାଙ୍କ ପତ୍ନୀ ଚପଲରେ ପିଟିବା ଭିଡିଓ ଭାଇରାଲ ହେଉଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ଅନୀଲ କୁମାର । ଶନିବାର ତାଙ୍କ ଚାମ୍ବରରେ ଏହି ଘଟଣା ଘଟିଥିବା ବେଳେ ଏହା ପଛର ପ୍ରକୃତ କାରଣ ଜଣାପଡ଼ିନି। ଦିନ ପ୍ରାୟ ସାଢ଼େ ୧୧ଟା। ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟା ତାଙ୍କ ଚାମ୍ବରରେ ବସିଥିଲେ। ଏହି ସମୟରେ ଅତର୍କିତ ଭାବେ ଚାମ୍ବରରେ ପଶିଥିଲେ ତାଙ୍କ ପତ୍ନୀ। ଚାମ୍ବରରେ ପଶିବା ପରେ ସେ ଭିତରୁ କବାଟ ଲକ୍ କରି ଦେଇଥିଲେ। ପତିପତ୍ନୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଝଗଡ଼ା ହୋଇଥିଲା। ପାଟିତୁଣ୍ଡ ଶୁଣି ବିଶ୍ୱବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ସେଠାରେ ପହଞ୍ଚି କବାଟ ବାଡ଼େଇ ଥିଲେ। ସେମାନେ କବାଟ ଖୋଲିବା ପାଇଁ କହିଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କ ପତ୍ନୀ ଭିତରେ ଥିବା ସେମାନେ ଜାଣି ନଥିଲେ।

LEAVE A REPLY

Please enter your comment!
Please enter your name here