ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ସିବିଏସଇ ଢାଞ୍ଚାରେ ପିଲାଙ୍କ ମାର୍କ ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି I ବୋର୍ଡ କର୍ତ୍ତୃପକ୍ଷ ଏକ ଫର୍ମାଟ ପ୍ରସ୍ତୁତ କରିଛନ୍ତି I ଉକ୍ତ ଫର୍ମାଟକୁ ପୂରଣ କରି ସବୁ ସ୍କୁଲର ପ୍ରଧାନଶିକ୍ଷକ ପରୀକ୍ଷା କେନ୍ଦ୍ରରେ ଦାଖଲ କରିବେ I ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ଡିଇଓମାନେ ନିର୍ଦ୍ଦେଶ ଦେଇଛନ୍ତି I ଏହି ଫର୍ମାଟରେ ପିଲାଙ୍କ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ଶ୍ରେଣୀ ଟେଷ୍ଟ ପରୀକ୍ଷା ନମ୍ବର ଦେବାକୁ କୁହାଯ଼ାଇଛି I ଉଭଯ ପରୀକ୍ଷାର ନମ୍ବର ଆଧାରରେ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାଙ୍କନ କରାଯିବ I

LEAVE A REPLY

Please enter your comment!
Please enter your name here