କୋଚି ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂରେ ଆଜି ସଂଧ୍ୟାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭୟଙ୍କର ଦଳାଚକଟା ହୋଇଛି । ଫଳରେ ଦୁଇଜଣ ଛାତ୍ରୀ ଓ ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବିଶ୍ବବିଦ୍ୟାଳୟର ଓପନ ଅଡିଟୋରିୟମରେ ଏହି ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦୁଇହଜାର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶିକ୍ଷାର୍ଥୀ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ପି.କେ. ବେବୀ ଦେଇଥିବା ସୂଚନା ଅନୁଯାୟୀ ନିଖିତା ଗାନ୍ଧୀ ସଙ୍ଗୀତ ପରିବେଷଣ କରୁଥିବା ବେଳେ ଦର୍ଶକ ବସିଥିବା ସ୍ଥାନରୁ ପଛପଟୁ ହଠାତ ଛାତ୍ରଛାତ୍ରୀମାନେ ଆଗକୁ ମାଡି ବସିଥିଲେ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଠେଲାପେଲା ହେବା ଯୋଗୁ ଘଟଣାସ୍ଥଳରେ ଚାରିଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଓପନ ଅଡିଟୋରିଅମରେ ପ୍ରାୟ ଦୁଇ ହଜାରରୁ ଅଧିକ ଛଆତ୍ରୀ ଛାତ୍ରୀ ଥିବା ବେଳେ ଦଳଚକଟାରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ହସପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here