୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍‌ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ।

୨: ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ୧୦%ରୁ ୧୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି।

୩: ସମସ୍ତଙ୍କୁ ଶସ୍ତା ଦରରେ ଗୃହ ଯୋଗାଣ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ୪୫ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୩ ଲକ୍ଷ ଟଙ୍କା ଛାଡ଼ କରାଯିବାକୁ ନିଷ୍ପତ୍ତି।
୪ : ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୧ ଟଙ୍କା ସେସ୍‌ ବୃଦ୍ଧି
୫: ବିଦ୍ୟୁତ/ ବ୍ୟାଟେରୀ ଚାଳିତ ଯାନ ଉପରେ ଲାଗୁ ହେଉଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି।

୬: ଯେଉଁ କମ୍ପାନୀ ମାନଙ୍କର ବାର୍ଷିକ ଆୟ ୪୦୦ କୋଟି ଟଙ୍କା ସେମାନେ ୨୫% କର୍ପୋରେଟ୍‌ ଟିକସ ସ୍ଲାବରେ ସାମିଲ ହେବେ।

୭: ଗାନ୍ଧିବାଦର ପ୍ରଚାର ଓ ପ୍ରସାର ପାଇଁ ଗାନ୍ଧି-ପେଡିଆ ଆରମ୍ଭ ହେବ।

୮: ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ନୂଆ ରୂପରେ ପ୍ରଚଳନ କରାଯିବ।

୯: ୬୦ ବର୍ଷ ହେବା ପରେ ଉଠା ଓ ଛୋଟ ଦୋକାନୀଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ

LEAVE A REPLY

Please enter your comment!
Please enter your name here