କୋଟିଆ ମାମଲାରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶକୁ ଜବାବ ତଲବ କରିଛନ୍ତି । ଓଡିଶାର ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶକୁ ନୋଟିସ ଜାରି କରିଛନ୍ତି । ଆସନ୍ତା ଶୁକ୍ରବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ଓଡିଶାର କୋଟିଆ ପଞ୍ଚାୟତର ତିନୋଟି ଗାଁର ନାଁ ବଦଳାଇ ସେଠାରେ ପଞ୍ଚାୟତ ନିର୍ବାଚନ କରୁଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ଏଭଳି ପଦକ୍ଷେପ କୋଟିଆ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ପୂର୍ବ ରାୟର ଉଲ୍ଲଂଘନ ବୋଲି ଓଡିଶା କହିଛି । ଆସନ୍ତାକାଲି କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ଭୋଟଗ୍ରହଣ କରୁଥିବା ବେଳେ ନିର୍ବାଚନ ଉପରେ ସୁପ୍ରିମକୋର୍ଟ କୌଣସି ରହିତାଦେଶ ଦେଇନାହାଁନ୍ତି ।

LEAVE A REPLY

Please enter your comment!
Please enter your name here