ଦେଶଦ୍ରୋହ ଅପରାଧରେ ଇଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡ । ଆଜୀବନ କାରାଦଣ୍ଡାଦେଶ ଦେଲେ ବାଲେଶ୍ବର ଏଡିଜେ । ଇଶ୍ବର ବେହେରା ଜଣେ ଫଟୋଗ୍ରାଫର ଭାବେ କାମ କରୁଥିଲେ ଏବଂ ଡିଆରଡିଓର ବିଭିନ୍ନ ଫଟୋ ତଥା ଗୁପ୍ତତଥ୍ୟ ଆଇଏସଆଇକୁ ଦେଉଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର କିଛି ଗୁପ୍ତତଥ୍ୟ ମଧ୍ୟ ସେ ଆଇଏସଆଇକୁ ଦେଇଥିବା ଜଣାପଡିଥିଲା । ଇଶ୍ବର ବେହେରା ଗୁପ୍ତଚର କାର୍ଯ୍ୟ କରୁଥିବା ଜଣାପଡିବା ପରେ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ହୋଇଥିଲା । 2015 ଜାନୁଆରୀ 22ରେ ତାଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here