ଦେଶରେ ପୁଣିଥରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଛି ଢେରସାରା ପ୍ରଶଂସା । ଏବିପି ସିଭୋଟର ସର୍ଭେରୁ ଏହି ତଥ୍ୟ ଆସିବାପରେ ବିଜେଡି ନେତା ଓ କର୍ମୀ ମୁଖିଆଙ୍କୁ ଶୁଭେଚ୍ଛା ଜଣାଇବାକୁ ଧାଇଁ ଆସିଛନ୍ତି ନବୀନ ନିବାସ । ଦଳୀୟ କାର‌୍ୟ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନେତା,କର୍ମୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ବିଜେଡି ନେତା କହିଛନ୍ତି, ଗତ ୨୦ ବର୍ଷ ଭିତରେ ଲୋକଙ୍କ ସମସ୍ୟା ଯାହା ବି ଅଛି ତାକୁ ଦୂର କରିବା ଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ସୁଚାରୁ ରୁପେ ତୁଳାଇଛନ୍ତି । ସେଇଥିପାଇଁ ଓଡିଶାର ବିକାଶ ହୋଇଛି ବୋଲି କହିଛନ୍ତି ବିଜେଡି ନେତା

LEAVE A REPLY

Please enter your comment!
Please enter your name here