କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ରାଜ୍ୟ ସରକାର ଲକଡାଉନ କୋହଳ କରିଛନ୍ତି । ଅପେକ୍ଷାକୃତ କମ ସଂକ୍ରମଣ ଥିବା 17 ଟି ଜିଲ୍ଲାକୁ ‘ଏ’ କାଟାଗୋରୀ କରାଯାଇତିବା ବେଳେ 13ଟି ଜିଲ୍ଲାକୁ ‘ବି’ କାଟାଗୋରୀ କରାଯାଇଛି । ପାଞ୍ଚ ପ୍ରତିଶତରୁ କମ୍ ସଂକ୍ରମିତ ଜିଲ୍ଲାକୁ ଏ ଏବଂ ପାଞ୍ଚପ୍ରତିଶତରୁ ଅଧିକ ସଂକ୍ରମିତ ଜିଲ୍ଲାକୁ ବି କାଟାଗୋରୀ କରାଯାଇଛି । ଏ କାଟାଗୋରୀ ଅନ୍ତର୍ଭୁକ୍ତ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଦୋକାନ ସକାଳ ସାତଟାରୁ ସଂଧ୍ୟା ପାଞ୍ଚଟା ଯାଏଁ ଖୋଲା ରହିବ । ସେହିପରି ବି କାଟାଗୋରୀ ଜିଲ୍ଲାରେ ସକାଳ ଛ ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ।

ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଗଲା । ସକାଳେ 6 ଟାରୁ 9 ଟା ଯାଏଁ ମଣିଂଓ୍ବାକ ପାଇଁ ଅନୁମତି ମିଳିଲା ।

ମଲ୍ , ସିନେମା ହଲ୍, ଜିମ୍ ପ୍ରଭୃତି ବନ୍ଦ ରହିବ । ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ ।

ସୁନ୍ଦରଗଡ, ଅବିଭକ୍ତ ସମ୍ବଲପୁର, ଅବିଭକ୍ତ କୋରାପୁଟ, ଅବିଭକ୍ତ କନ୍ଧମାଳ, ଅବିଭକ୍ତ ବଲାଙ୍ଗୀର ଏବଂ ଅବିଭକ୍ତ ଗଞ୍ଜାମର 17ଟି ଜିଲ୍ଲା ଏ କାଟାଗୋରୀରେ ସ୍ଥାନ ପାଇଛି ।

ଅବିଭକ୍ତ ମୟୁରଭଞ୍ଜ, ଅବିଭକ୍ତ କଟକ, ଅବିଭକ୍ତ ପୁରୀ ଜିଲ୍ଲା ବି କାଟାଗୋରୀ ଅନ୍ତର୍ଭୁକ୍ତ ।

ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ ।

ଦୁଇସପ୍ତାହ ଯାଏଁ ଲକଡାଉନ ଆଂଶିକ କୋହଳ କଲେ ସରକାର ।

LEAVE A REPLY

Please enter your comment!
Please enter your name here