ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ଜେଲ୍ ଭିତରେ କେଉଁଭଳି ପରିସ୍ଥିତିରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କଲା, ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ । ତେଣୁ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି କି ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି, ସେ ନେଇ ପ୍ରଶ୍ନ ଉଠିଛି । ବିରୋଧୀ ଏହି ମାମଲାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ପୋଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କଣ୍ଟାବାଞ୍ଜି ଜେଲ ଭିତରେ ଗୋବିନ୍ଦ ସାହୁ ଏକ ଗଛରେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । କିଭଳି ଜେଲ ଭିତରେ ଗୋବିନ୍ଦ ଏପରି କାମ କଲେ ତାହା ଅସ୍ପଷ୍ଟ ରହିଛି । ଆଜି ଗୋବିନ୍ଦକୁ କୋର୍ଟରେ ହାଜର କରାଇବାର ଥିଲା ।

LEAVE A REPLY

Please enter your comment!
Please enter your name here