ନୟାଗଡର ନାବାଳକ ଅମ୍ରିତ୍ ପାତ୍ର ଅପହରଣ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅମ୍ରିତକୁ ଅପହରଣ କରି ତା ବାପାଙ୍କ ଠାରୁ ଟଙ୍କା ମାଗିବାକୁ ସେମାନେ ଯୋଜନା କରିଥିଲେ । ଗାଡି ଲୋନ ସୁଝିବାକୁ ସେମାନେ ଏପରି କରିଥିବା ପୋଲିସ କହିଛି । ଯେଉଁ ଗାଡି ଲୋନରେ ଆଣିଥିଲେ, ସେହି ଗାଡିରେ ହିଁ ଅପହରଣ କରିଥିଲେ । ୫ ଦିନ ପରେ ଗତକାଲି ତାକୁ ନିଜ ଗାଁରୁ ହିଁ ଉଦ୍ଧାର କରାଯାଇଥିଲା । ପୋଲିସ ନିଜ ହେପାଜତକୁ ନେଇ ଡାକ୍ତରୀ ପରୀକ୍ଷା କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି । ଡିସେମ୍ବର ୧୫ ତାରିଖ ସଂନ୍ଧ୍ୟାବେଳେ ଟ୍ୟୁସନ ସାରି ସାଇକେଲରେ ଫେରୁଥିବାବେଳେ ଘରଠୁ ମାତ୍ର ୫୦ ଫୁଟ ଦୂରରୁ କିଡନାପ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here