ବେପରଓ୍ବା ଗାଡି ଚାଳନା ଯୋଗୁ ଓଲଟି ପଡିଲା ବସ୍ । ଭୁବନେଶ୍ବରରୁ ପୁରୀ ଯାଉଥିବା ଏକ ଯାତ୍ରୀବାହି ବସ୍ ଆଜି ପିପିଲି ଟୋଲଗେଟ୍ ନିକଟରେ ଡିଭାଇଡର ଦେହରେ ପିଟିହୋଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ବସ୍ ହେଲପର ମୃତ୍ୟୁବରଣ କରିଥିଲା । 15 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ପିପିଲି ଓ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍ ଚାଳକ ଭାରସାମ୍ୟ ହରାଇବା ଫଳରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here