ମି ଠୁ ମାମଲାରେ ଭାଜପା ସାଂସଦ ଏମ୍‌.ଜେ. ଆକବର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ଏବେ ମଧ୍ୟ ବିବାଦ ପିଛା ଛାଡିନି । ନୂଆ ନୂଆ ସାଘାଂତିକ ତଥ୍ୟ ଏବେ ସାମ୍ନାକୁ ଆସୁଛି । ୱାଶିଂଟନ ପୋଷ୍ଟରେ କାମ କରୁଥିବା ଖବରଦାତା ପଲ୍ଲବୀ ଗୋଗୋଇ ତାଙ୍କ ବିରୋଧରେ ଆଣିଛନ୍ତି ବଳାତ୍କାର ଅଭିଯୋଗ । ୧୯୯୪ରେ ପଲ୍ଲବୀ ଏସିଆନ୍‌ ଏଜ୍‌ରେ କାମ କରୁଥିବାବେଳେ ଆକବର ତାଙ୍କୁ ବଳାତ୍କାର କରିଥିବା ସେ ଅଭିଯୋଗ ଆଣିଛନ୍ତି ଏବଂ ପୂରା ଘଟଣା ବଖାଣିଛନ୍ତି । ପଲ୍ଲବୀ ଆକବରଙ୍କ କ୍ୟାବିନ୍‌କୁ ଯାଇଥିବାବେଳେ ଏପରି ତାଙ୍କ ସହ ହୋଇଥିଲା । ମାତ୍ର ସେତେବେଳେ ତାଙ୍କ କଥାକୁ କେହି ବିଶ୍ୱାସ କରିବେନି ଚିନ୍ତା କରି ଦୁଃଖକୁ ଭୁଲାଇବାକୁ ପଲ୍ଲବୀ ଚେଷ୍ଟା କରିଥିଲେ ବୋଲି ଓ୍ବାଶିଂଟନ ପୋଷ୍ଟରେ ଏକ ଖବରରେ ପ୍ରକାଶ କରିଛନ୍ତି।
ଦି ଓ୍ଵାସିଙ୍ଗ୍‌ଟନ୍‌ ପୋଷ୍ଟ୍‍’ରେ ସେ ଲେଖିଛନ୍ତି: ବୁଦ୍ଧିଦୀପ୍ତ ଶିରୋନାମା ସବୁ ଦେଇଛି ଭାବି ମୁଁ ପ୍ରସ୍ତୁତ କରିଥିବା ଓପି-ଏଡ୍‌ ପେଜ୍‌ ନେଇ ତାଙ୍କୁ ଦେଖାଇବାକୁ ଗଲି । ସେ ମୋ ଉଦ୍ୟମକୁ ପ୍ରଶଂସା କଲେ ଓ ହଠାତ୍‌ ମତେ ଚୁମ୍ବନ ଦେବାକୁ ମାଡ଼ି ଆସିଲେ , ମୁଁ ଠେଲାପେଲା କରି ତାଙ୍କୁ ଦୂରକୁ ତଡ଼ି ଦେଲି। ମୁଁ କାନ୍ଦି କାନ୍ଦି ଦୌଡ଼ି ଆସିବା ବେଳେ ସେ ମୋ ମୁହଁକୁ ରାମ୍ପୁଡ଼ି ପକାଇଲେ।

ବମ୍ବେ ଘଟଣା ପରେ ପରେ ଆକବର ତାଙ୍କୁ ଧମକ ଦେଲେ କି, ପୁଣି ଯଦି ସେ ତାଙ୍କୁ ବାଧା ଦିଏ ସେ ତାକୁ ଗୁଳି ମାରିବେ। ଏକଥା ‘ଦି ଓ୍ଵାସିଙ୍ଗ୍‌ଟନ୍‌ ପୋଷ୍ଟ୍‍’ରେ ଗୋଗୋଇ ଲେଖିଛନ୍ତି।

ଗୋଗୋଇ ତାଙ୍କ ସହ କାମ କଲେ। ବରାଦି କାମ ଆଳରେ ତାଙ୍କୁ ଜୟପୁର ପଠାଗଲା । ସେଠାରେ ଆକବର ତାଙ୍କ ସହ ଖବରର ସବିଶେଷ ବିବରଣୀ ଆଲୋଚନା କରିବାକୁ ହୋଟେଲ୍‌କୁ ଡକାଇଲେ। ହୋଟେଲ୍‌ ରୁମ୍‌ରେ ସେ ମୋ ପୋଷାକ ଚିରି ପକାଇଲେ ଓ ମୋ ସହ ଦୁଷ୍କର୍ମ କଲେ। ତାଙ୍କ ବିରୋଧରେ ପୁଲିସରେ ନ କହି ମୁଁ ଲଜ୍ଜାରେ ବୁଡ଼ିଗଲି ବୋଲି ସେ ଲେଖିଛନ୍ତି।

ଏ ଭଳି ଯୌନ ନିର୍ଯ୍ୟାତନା କିଛି ମାସ ଯାଏଁ ଚାଲିଲା । ସେ ମୋ ସହ ଶାରୀରିକ, ଆବେଗିକ ଭାବେ ଯୌନାଚାର ଜାରି ରଖିଲେ । ମୋ ବୟସର କୌଣସି ପୁରୁଷ ସହକର୍ମୀଙ୍କ ସହ ମୁଁ କଥାବାର୍ତ୍ତା କରୁଥିବା ଦେଖିଲେ ସେ ନିଉଜ୍‌ରୁମ୍‌ରେ ଗର୍ଜି ଉଠନ୍ତି । ଯାହାଫଳରେ ମୁଁ ଡରିଯାଏ । ସନ୍ଧ୍ୟାରେ ମୋ ସହକର୍ମୀମାନେ କାମରୁ ଯିବା ପରେ ସେ ରାଗରେ ମତେ ମାଡ଼ ମାରି ଡେସ୍କ୍‌ ଉପରେ ଥିବା କଇଁଚି, ପେପରୱେଟ ଆଦି ଯାହା ହାତରେ ପଡ଼ିଲା ତାହା ମୋ ଉପରକୁ ଫିଙ୍ଗିଲେ । ମୁଁ ଅଫିସରୁ ଦୌଡ଼ି ଯାଇ ହାଇଡ୍‌ ପାର୍କରେ ଘଣ୍ଟାଏ କାଳ ଲୁଚିଲି। ପରେ ଗୋଗୋଇଙ୍କୁ ଲଣ୍ଡନ ପଠାଗଲା ଏବଂ ସେଠାରେ ତାଙ୍କୁ ବର୍ଷ ବର୍ଷ ଧରି ଚାଲିଥିବା ଆକବରଙ୍କ ନିର୍ଯ୍ୟାତନାରୁ ମୁକ୍ତି ଦେଇଥିଲା। ବୋଲି ସେ ଉଲ୍ଲେଖ କରିଛନ୍ତି । ଶେଷରେ ଗୋଗୋଇ ଚାକିରି ଛାଡ଼ିଥିଲେ।

‘ଦି ଓ୍ଵାସିଂଟନ୍‌ ପୋଷ୍ଟ୍‍’ ଓକିଲଙ୍କ ଜରିଆରେ ଆକବରଙ୍କ ସହ ଯୋଗାଯୋଗ କରିବାରୁ ସେ ଉପରୋକ୍ତ ଘଟଣାକୁ ଅସ୍ୱୀକାର କରିବା ସହ ଏହି ଅଭିଯୋଗ ମିଥ୍ୟା ବୋଲି କହିଲେ।

LEAVE A REPLY

Please enter your comment!
Please enter your name here