ବଲିଉଡ କିଙ୍ଗ୍‌ ଖାଁ ଶାହରୁଖ୍‌ ଶୁକ୍ରବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି । ନିଜ ଜନ୍ମ ଦିନକୁ ଖୁବ୍ ଧୁମ୍ ଧାମରେ ସେଲିବ୍ରେଟ କରିଛନ୍ତି ଶାହାରୁଖ । ୧୯୬୫ ନଭେମ୍ବର ୨ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ଟିଭି ସିରିଏଲ୍‌ରେ ଅଭିନୟ କରିବା ପରେ ଶାହରୁଖ ପାଦଥାପିଥିଲେ ବଲିଉଡ୍‌ରେ । ୧୯୮୪ରେ ଦିଲ୍ଲୀର ପଞ୍ଚଶୀଳ କ୍ଲବ୍‌ରେ ୧୯ ବର୍ଷ ବୟସ୍କ ଶାହରୁଖ୍‌ ୧୪ ବର୍ଷ ବୟସ୍କା ଗୌରୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ୧୯୮୪ ଅକ୍ଟୋବର ୨୫ରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ୍‌ ସମୟରେ ଉଭୟ ପରସ୍ପରର ନେଇଥିଲେ ଫୋନ୍‌ ନମ୍ବର । ପରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ । ୧୯୯୧ ଅଗଷ୍ଟ ୨୬ରେ ଦୁହେଁ କୋର୍ଟରେ ବିବାହ କରିଥିଲେ । ପରେ ୧୯୯୧ ଅକ୍ଟୋବର ୨୫ରେ ହିନ୍ଦୁ ରୀତିରେ ମଧ୍ୟ ବିବାହ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଶାହରୁଖ୍‌ଙ୍କ ପ୍ରଥମ ଫିଲ୍ମ ହେଉଛି ଦିଲ୍‌ ଆଶାନା । ତେବେ ଏହା ବକ୍ସ ଅଫିସ୍‌ରେ ସେତେ ହିଟ୍‌ ସାବ୍ୟସ୍ତ ହୋଇ ନ ଥିଲା । ପରେ ୧୯୯୨ରେ ଶାହାରୁଖ୍‌ଙ୍କ ଫିଲ୍ମ ‘ଦିୱାନା’ବଲିଉଡ୍‌ରେ ଚହଳ ପକାଇଥିଲା । ପରେ ପରେ ଅନେକ ହିଟ୍ ଫିଲ୍ମରେ ନିଜର ଯାଦୁ ଦେଖାଇଥିଲେ ଶାହାରୁଖ । ତେବେ ତାଙ୍କ ଜନ୍ମ ଦିନ ଅବସରରେ ସୁବୁଆଡୁ ଛୁଟିଛି ଅନେକ ଶୁଭେଚ୍ଛା ଓ ଶୁଭକାମନା।

  ଜନ୍ମଦିନ ଅବସରରେ ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ କରାଯାଇଛି । ୩ ମିନିଟ ୧୪ ସେକେଣ୍ଡର ଟ୍ରେଲର ଶାହରୁଖଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।

ବଲିଉଡ ଫିଲ୍ମ ଜଗତର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଆନନ୍ଦ ଏଲ ରୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଯିଏ କି ତନୁୁ ୱେଡସ ମନୁ ପରି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଶାହରୁଖଙ୍କ ସହିତ କ୍ୟାଟ୍ରିନା ଏବଂ ଅନୁଷ୍କା ନଜର ଆସିଛନ୍ତି । ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ ।

LEAVE A REPLY

Please enter your comment!
Please enter your name here