ବିୟର ଫ୍ୟାକ୍ଟ୍ରି ବସାଇବା ପାଇଁ ଚାଲିଛି ବେଧଡକ ଗଛ କଟା. ସେଇଟା ପୁଣି ପୋଲିସର ଉପସ୍ଥିତିରେ. ତଥ୍ୟ ଅନୁଯାୟୀ, ଇଡୋକ ଦ୍ୱାରା ଗୃହୀତ ବିୟର ଫ୍ୟାକ୍ଟ୍ରି ସ୍ଥାପନ କରିବା ପାଇଁ ଗତ କାଲି ଢେଙ୍କାନାଳ ଜିଲ୍ଲାର ବଳରାମ ପୁର ଗ୍ରାମରେ କିଛି ଲୋକ ପୋଲିସର ଉପସ୍ଥିତିରେ ଗଛ କାଟୁଥିବାର ଦେଖିବାକୁ ମିଳିଥିଲା. ଯାହାକୁ ନେଇ ବଳରାମପୁର ବାସୀ ତୀବ୍ର ବିରୋଧ କରିଥିଲେ. ତେବେ ସେହି ଗଛଗୁଡିକ ମଧ୍ୟରେ ବହୁ ମୂଲ୍ୟବାନ ଗଛ ଥିବାରୁ ଗ୍ରାମବାସୀ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ. ଫଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା ଓ ମହିଳାମାନେ ଠେଙ୍ଗାବାଡି ଧରି ଗଛକଟା ବନ୍ଦ କରିବାକୁ ଚେଷ୍ଟା କରିଥିଲେ. ପାଖାପାଖି 958ଟି ଗଛ କଟାଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ. ଫଳରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା. ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗଛକଟାକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here