ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ହିନ୍ଦୁ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ସନାତନ ଧର୍ମ ହେଉଛି ଡେଙ୍ଗୁ, ମ୍ୟାଲେରିଆ ଭଳି । ଯେପରି ଡେଙ୍ଗୁ, ମ୍ୟାଲେରିଆକୁ ସଂପୂର୍ଣ୍ଣ ବିନାଶ କରାଯିବା ଉଚିତ, ସେହିପରି ସନାତନ ଧର୍ମକୁ ବିରୋଧ ନୁହେଁ, ବରଂ ସମୂଳେ ବିଲୋପ କରିଦେବା ଆବଶ୍ୟକ ବୋଲି ସେ କହିଛନ୍ତି । ଶନିବାର ଦିନ ଚେନ୍ନାଇରେ ଆୟୋଜିତ ଏକ ସମ୍ମିଳନୀରେ ଉଦବୋଧନ ଦେବା ବେଳେ ଉଦୟାନିଧି ଏହା କହିଛନ୍ତି । ସେ କହିଛନ୍ତି, ସନାତନ ଧର୍ମ ସମାନତା ବିରୋଧୀ । ତେଣୁ ସେ ଏହା କହିଛନ୍ତି ।
ଡିମେକେ ସରକାରରେ ମନ୍ତ୍ରୀ ଥିବା ଉଦୟାନିଧିଙ୍କ ମନ୍ତବ୍ୟକୁ ବିରୋଧୀ କଟୁ ସମାଲୋଚନା କରିଛନ୍ତି । ଦେଶର 80 ଭାଗ ଲୋକ ଯେଉଁ ଧର୍ମରେ ବିଶ୍ବାସ କରନ୍ତି, ତାକୁ ବିଲୋପ କରିବା ଭଳି ମନ୍ତବ୍ୟ ଦେବା ହିନ୍ଦୁ ଧର୍ମାବଲମ୍ବୀଙ୍କ ପ୍ରତି ଶକ୍ତ ଆଘାତ ।

LEAVE A REPLY

Please enter your comment!
Please enter your name here