ଶନିବାର ଦିନିକିଆ ଗଂଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ପାଠାଗାରର ନୂତନ କୋଠା, ମାନବ ସମ୍ବଳ ବିକାଶର ନୂତନ ଗୃହ, ଗୋପାଳପୁରର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ , ଗୋପାଳପୁରରେ ରେଲୱେ ଓଭର ବ୍ରିଜ୍, ଜିଲ୍ଲା ପର୍ଯ୍ୟଟନ ଅଫିସ୍ , ଏକାଡେମିକ୍ କମ୍ ୱାର୍କସପ୍ ବିଲ୍ଡିଂ , ନୂତନ ମହିଳା ଥାନା , ବିଏମ୍‌ସିର ମାଛ ମାର୍କେଟ୍ ର ଉଦଘାଟନ କରିଛନ୍ତି । ଏହା ସହ ହିତାଧିକାରୀମାନଙ୍କୁ ଉପକରଣ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ । ଖଲିକୋଟ କଲେଜ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ,ସାଂସଦ , ବିଧାୟକ , ମ୍ୟୁନିସପାଲ କର୍ପୋରେସନ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here