ଇସ୍ତଫା ଦେବିନି ବୋଲି ରୋକଠୋକ୍ କହିଦେଇଛନ୍ତି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ । ରେସଲର ଫେଡେରେସନ ସଭାପତି ସାଂସଦ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ତିନିଦିନ ଧରି ଦିଲ୍ଲୀ ଜନ୍ତରମନ୍ତର ଠାରେ କୁସ୍ତିଯୋଦ୍ଧା ଖେଳାଳି ମାନେ ଧାରଣାରେ ବସିଥିବା ବେଳେ ବ୍ରିଜ୍ ଭୂଷଣ ଏହା କହିଛନ୍ତି । ଆନ୍ଦୋଳନକାରୀ ଖେଳାଳିମାନେ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବ୍ରିଜଭୂଷଣ କହିଛନ୍ତି, ସେ ମୁହଁ ଖୋଲିଲେ ସୁନାମୀ ଆସିଯିବ । ତାଙ୍କ ପଛରେ ମଧ୍ୟ ବହୁତ ଖେଳାଳିଙ୍କ ସମର୍ଥନ ରହିଛି ।

ତିନିଦିନ ଧରି କୁସ୍ତିଯୋଦ୍ଧା ଖେଳାଳିମାନେ ଫେଡେରେସନ ସଭାପତି ସାଂସଦ ବ୍ରିଜ ଭୂଷଣ ଏବଂ ସଂଘର ଟ୍ରେନରମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଖେଳାଳିମାନଙ୍କୁ ଏମାନେ ଯୌନ ଶୋଷ କରିଆସୁଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗ ଅମୂଳକ ବୋଲି କହିଛନ୍ତି ସାଂସଦ ।

LEAVE A REPLY

Please enter your comment!
Please enter your name here