ଏନକାଉଣ୍ଟର କରି ମାରିବା ପରେ ବି ଥମୁନି ଦୁଷ୍କର୍ମ ଭଳି ଅପରାଧ . ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବି.ଗୁମୁଡଲି ଗାଁରେ ପୁଣି ଏମିତି ଏକ ଚାଞ୍ଚଲ୍ୟ. ଜଣେ ଷୋହଳ ବର୍ଷିୟା ନାବାଳିକାକୁ ଗଣଦୁଷ୍କର୍ମ କରିବା ଏବଂ ଦୁଷ୍କର୍ମ ପରେ ହତ୍ୟା କରିବା ଭଳି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି. ବିଲ ମଝିରୁ ନାବାଳିକାର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି. ଝିଅର ମୃତଦେହ ନିକଟରେ ପୁରୁଷ ଲୋକଙ୍କର ଦୁଇଟି ପ୍ୟାଣ୍ଟ ପଡିଥିବାରୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କୁହାଯାଉଛି. ପରିବାର ଲୋକେ କହିବା କଥା, ଗତକାଲି ରାତିରୁ ଝିଅ ବାହାରକୁ ପରିସ୍ରା କରିବାକୁ ଯାଇ ନିଖୋଜ ହୋଇଯାଇଥିଲା. ଦୁର୍ବୃତ୍ତମାନେ ଅପହରଣ କରି ବିଲମଝିରେ ଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି. ପାପ ଧରାପଡିବା ଭୟରେ ନାବାଳିକାକୁ ଅତି ଜଘନ୍ୟ ଭାବେ ହତ୍ୟା କରିଛନ୍ତି. ଏହି ଘଟଣାରେ ତୁରନ୍ତ ଅପରାଧୀଙ୍କୁ ଧରି ଏନକାଉଣ୍ଟର କରିବାକୁ ସ୍ଥାନୀୟ ଲୋକେ ଓ ବିଭିନ୍ନ ସଂଗଠନର କର୍ମୀ ଦାବି କରିଛନ୍ତି.

LEAVE A REPLY

Please enter your comment!
Please enter your name here