ଜେଲ ଗଲା ଜଲ୍ଲାଦ ଗୋବିନ୍ଦ ସାହୁ । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ ପଠାଯାଇଛି । ୫ଦିନିଆ ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ । ଫଳରେ ଗୋବିନ୍ଦକୁ କଣ୍ଟାବାଞ୍ଜି ଜେଲକୁ ନିଆଯାଇଥିଲା । ପୂର୍ବରୁ ଗୋବିନ୍ଦର ସହଯୋଗୀ ରାଧେକୁ ରଖାଯାଇଛି । ଆଜି ଗଣମାଧ୍ୟମ ଆଢୁଆଳରେ ଗୋବିନ୍ଦକୁ କୋର୍ଟରେ ହାଜର କରିଥିଲା ପୋଲିସ । ଆଜି ଭୋର ୪ଟାବେଳେ ତାଙ୍କୁ କୋର୍ଟ ନିଆଯାଇଥିଲା । ଗୋବିନ୍ଦକୁ କୋର୍ଟରେ ହାଜର କରେଇବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ଗେଟ୍ ଆଗରେ ଜଗି ରହିଥିଲେ । ହେଲେ ପୋଲିସ ସାମ୍ନା ଗେଟ ଆଗରେ ଗାଡି ରଖି ପଛ ଗେଟ୍ ପଟେ ଗୋବିନ୍ଦକୁ କୋର୍ଟ ନେଇଥିଲେ । ତେବେ କାହିଁକି ଗଣମାଧ୍ୟମଙ୍କ ଆଢୁଆଳରେ ଗୋବିନ୍ଦକୁ ନିଆଗଲା ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here