କଟକ ସ୍ପେସାଲ ପୋକ୍ସୋ କୋର୍ଟ ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି. 2018 ଏପ୍ରିଲ 21 ତାରିଖରେ ଘଟିଥିଲା ଏହି ଜଘନ୍ୟ ଘଟଣା. ମାତ୍ର ଛ ବର୍ଷର ଶିଶୁକନ୍ୟା ତା ଭାଇ ସହ ଖେଳୁଥିବା ବେଳେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ ତାକୁ ଚକୋଲେଟ ଦେବାକୁ ଡାକି ନେଇ ଦୁଷ୍କର୍ମ କରିଥିଲା. ଖାଲି ଦୁଷ୍କର୍ମ ନୁହେଁ, ତାକୁ ଜୀବନରେ ମାରି ଦେବା ପାଇଁ ତା ମୁହଁକୁ ପଥରରେ ଛେଚି ଦେଇଥିଲା. ପୀଡିତା ଶିଶୁକନ୍ୟାକୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇତିଲେ ହେଁ ଶେଷରେ ସେ ଆଖି ବୁଜି ଦେଇଥିଲା. ଏହି ଘଟଣାରେ ସେହିଦିନ ରାତିରେ ପୋଲିସ ମୁସ୍ତାକକୁ ଗିରଫ କରିଥିଲା. ସବୁଠୁ ବଡକଥା ହେଉଛି, ଘଟଣାର 19 ଦିନ ପରେ ପୋଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା. ଅତି ସ୍ପର୍ଶକାତର ମାମଲାର ବିଚାର କରି କଟକ ସ୍ପେସାଲ ପୋକ୍ସୋ କୋର୍ଟ ମୁସ୍ତାକକୁ ଫାଶୀ ଦଣ୍ଡ ଦେଇଛନ୍ତି. ମୁସ୍ତାକର ଦଣ୍ଡକୁ ମିଶାଇଲେ ଗତ ଦୁଇମାସ ଭିତରେ ଚାରିଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି. ଗତ ଜୁଲାଇରେ ଅନୁଗୁଳର ଶ୍ରୀନିବାସ ଦେହୁରୀକୁ, ଅଗଷ୍ଟ 29ରେ ବାରିପଦାର ଯାମିନୀକାନ୍ତ ମହାନ୍ତକୁ ଏବଂ ସେପ୍ଟେମ୍ବର 10ରେ ଏରସମା ଅଞ୍ଚଳର ଲବ ମାନାକୁ ଫାଶୀ ଦଣ୍ଡାଦେଶ ହୋଇଥିଲା. ଏସମସ୍ତ ଅପରାଧୀଙ୍କ ବିରୋଧରେ ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ଅଭିଯ଼ୋଗ ରହିଥିଲା.

LEAVE A REPLY

Please enter your comment!
Please enter your name here