ଗୁଣି ଗାରେଡିରୁ ଫୁଟିଲା ଗୁଳି । ଗୁଣିଗାରେଡି ସନ୍ଦେହରୁ ଲୋକଙ୍କୁ ମାରପିଟ୍ କରିବା ଘଟଣା ନୂଆ ନୁହେଁ । କିନ୍ତୁ, ଡାହାଣୀ ଭାବି ଗୁଳିମାଡ଼ କରିବା ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଆଉ ଗୁଳିମାଡ଼ରେ ଗୁରୁତର ଆହତ ମହିଳାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ଜଣକ ହେଲେ ବିଶୋଇ ଥାନା ତଲକବାଦି ଗାଁର ମାଇନୋ ହେମ୍ୱ୍ରମ୍ । ମିଳିଥିବା ସୂଚନା ଅନୁଯାୟୀ, ସେଇ ଗାଁର ରୁପାୟଙ୍କ ପୁଅ ଠାକୁରର ବର୍ଷକ ତଳେ ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ପଛରେ ଗୋବିନ୍ଦ ଓ ତା ସ୍ତ୍ରୀ ମାଇନଙ୍କ ଗୁଣି ଗାରେଡି ଥିବା ସନ୍ଦେହ କରିଥିଲେ ରୁପାୟ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ରବିବାର ରାତିରେ ରୁପାୟ ସବୁଦିନ ପାଇଁ ଗୋବିନ୍ଦ ଓ ମାଇନୋଙ୍କୁ ମାରିବାକୁ ଯୋଜନା କରିଥିଲା । ରାତି ଅଧିରେ ସମସ୍ତେ ଶୋଇପଡିବା ପରେ ଗୋବିନ୍ଦର ଘର ଉପରେ ଚଢିଥିଲା ସେ । ଚାଳଛପର ଘର ଉପରୁ ଗୋବିନ୍ଦ ଓ ମାଇନ ଶୋଇଥିବା ଅବସ୍ଥାରେ ସେ ଗୁଳି ମାରିଥିଲା । ଗୁଳି ସିଧା ବାଜିଥିଲା ମାଇନୋ ହେମ୍ବ୍ରମର ମୁଣ୍ଡରେ । ଗୁଳି ଶବ୍ଦରେ ସମସ୍ତେ ଉଠିପଡିଥିଲେ ଏବଂ ରୁପାୟକୁ ଧରି ପୋଲିସ ଜିମା ଦେଇଥିଲେ । ଗୁରୁତର ଅବସ୍ଥାରେ ମହିଳା ଜଣକ ବାରିପଦାରେ ଚିକିସ୍ଥିତ ହେଉଥିବା ବେଳେ ବିଶୋଇ ପୋଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here