ଦଳରୁ ବହିଷ୍କୃତ ହେବା ପରେ ଖୋଲିଲେ ଗୁମର । ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ ଅଭିଯୋଗରେ ବିଜେଡିରୁ ବହିଷ୍କୃତ କରାଯିବା ପରେ ସରକାର ଓ ଦଳର ଗୁମର ଖୋଲିଛନ୍ତି ପ୍ରଦୀପ । ତାଙ୍କ ଘରକୁ ବବି ଦାସ ଓ ଅଚ୍ୟୁତ ସାମନ୍ତ ଆସିଥିଲେ । ସରକାର ଭାଙ୍ଗିବା ସଂପର୍କରେ ବିଶ୍ବରଂଜନ ମହାନ୍ତି ଦେଇଥିବା ସୂଚନା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏଭଳି ଫୋନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କରୁଛ ବୋଲି ବବି ଦାସ ତାଙ୍କୁ କହିଥିଲେ । ଡିସେମ୍ବରରେ ତାଙ୍କ ଝିଅ ବାହାଘର ସଂପର୍କରେ ପଚାରିଥିଲେ । ସେ ବବି ଦାସଙ୍କୁ କହିଥିଲେ, ଦଳ ଯଦି ଦରକାର କରୁନାହିଁ, କହିଲେ ରାଜନୀତି ଛାଡିଦେବି । ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଁ କୌଣସି ଜନବିରୋଧୀ କାର୍ଯ୍ୟ କରିନାହିଁ । ନିକଟରେ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବାହାଘର ସ୍ଥିର ହୋଇଛି । ତେବେ ପାଠକ ବାପପୁଅ ଗିରଫ ହେବା ପରେ ଆଜି ବିଜେଡିରୁ ଅଚାନକ ଭାବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯାଇଥିଲା । ତେବେ ଦଳରୁ ବହିଷ୍କୃତ ହେବା ପରେ ପ୍ରଦୀପ କହିଛନ୍ତି, ତାଙ୍କ ଭାବି ଜ୍ବାଇଁ ଆକାଶ ଜଣେ ଭଲ ଷ୍ଟୁଡେଣ୍ଟ ଏବଂ ସେ ଟାଟା ମୋଟର୍ସରେ ନିଯୁକ୍ତି ପାଇଥିଲେ । ଆକାଶଙ୍କୁ ମୋଟା ଅଙ୍କର ବେତନ ମିଳିବା ସହ ଚାର୍ଟର ବ୍ୟବହାର ପାଇଁ ଅନୁମତି ଥିଲା । ତେଣୁ ପାଠକ ବାପପୁଅଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ । ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ଦଳ ଭିତରେ ଥିବା ଅସନ୍ତୋଷ ସଂପର୍କରେ ସୂଚନା ଦେଇଛନ୍ତି । ପଲିଟିକାଲ ଭଏସ୍ ନାହିଁ ବୋଲି କହିଛନ୍ତି ପ୍ରଦୀପ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ ପାରିବା କାରଣରୁ ଦଳ ଭିତରେ ଅସନ୍ତୋଷ ରହିଛି । ତେବେ ନବୀନଙ୍କ ପ୍ରତି ଭଲ ପାଇବା କାରଣରୁ ସବୁ ନେତା ଚୁପ୍ ହୋଇ ରହିଛନ୍ତି । କୋଭିଡ ଅନିୟମିତତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଚାହିଁଥିଲି, ଚିଠି ଲେଖିଥିଲି । ଏହି ଚିଠି ଲେଖିବାର ଦଶା ଏବେ ଭୋଗିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here