କରୋନାକୁ ନେଇ କଡା କଟକଣା । ସଂକ୍ରମଣ ବଢୁଥିବାରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସଟ୍ ଡାଉନ ଘୋଷଣା କରିଛନ୍ତି ସରକାର । ସାମାଜିକ ଦୂରତ୍ୱ ଏକମାତ୍ର ବାଟ ହୋଇଥିବାରୁ ଏକାଧିକ ଲୋକ ଏକତ୍ର ହେବା ମନା । ମାତ୍ର ଦେଖନ୍ତୁ ଏ ଦୃଶ୍ୟ । ବାପପୁଅ ରାତି ଅନିଦ୍ରା .. ଭଳି ଅବସ୍ଥା । ସ୍ଥାନ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନସ୍ଥ ବାଘମରା ପ୍ରାଥମିକ ବିଦ୍ୟାଳୟ । ଗେଟ୍ ଲକ୍‌, କିନ୍ତୁ ଭିତରେ ଚାଲିଛି ମଦ ମାଂସର ଆସର । ଖବର ପାଇ ଗାଁ ଲୋକେ ପହଞ୍ଚିଥିଲେ ସ୍କୁଲରେ । ଲୋକଙ୍କ କହିବା କଥା ଆଠ ଦଶଜଣଙ୍କ ପାଇଁ ରନ୍ଧାରନ୍ଧି ବ୍ୟବସ୍ଥା ହୋଇଥିଲା । ବେଆଇନ ଭାବେ ସ୍କୁଲରେ ଚାଲିଥିବା ମଦମାଂସର ଆସରରେ ସାମିଲ ହୋଇଥିଲେ ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତି । ଶୁଣନ୍ତୁ କି ସଫେଇ ଦେଉଛନ୍ତି ସେମାନେ ।
ପ୍ରଧାନଶିକ୍ଷକ ପିତାମ୍ବର ସିଂ ଙ୍କ କହିବା କଥା, ସେ ସବୁଦିନ ପରି ସ୍କୁଲ ଆସିଥିଲେ ଏବଂ ଏକୁଟିଆ ଖାଇବେ ବୋଲି ରାନ୍ଧିଥିଲେ । ମାତ୍ର ଏତେ ପରିମାଣର କାହିଁକି ରନ୍ଧା ହୋଇଥିଲା ପ୍ରଶ୍ନର ଉତ୍ତରରେ ସାର୍ ପୁରାପୁରି ଚୂପ୍ ।
ସାରଙ୍କ ସଫେରେ ଗାଁ ଲୋକେ କିନ୍ତୁ ଚୁପ୍ ହେଲେନି । ଲକ୍ ଡାଉନ ସମୟରେ ସ୍କୁଲ ଭିତରେ ରନ୍ଧାରନ୍ଧି ହେଉଥିବା ଖବର ଜିଲ୍ଲା ପ୍ରଶାସନକୁ ଜଣାଇ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here